ବାରିପଦା : ବାରିପଦାରେ ବନ ବିଭାଗ ପକ୍ଷରୁ ୨ଖଣ୍ଡ ହାତୀଦାନ୍ତ ଜବତ କରାଯାଇଛି । ବାରିପଦା-ଉଦଳା ମୁଖ୍ୟ ରାସ୍ତାର ଚିଟିଆ ଛକ ନିକଟରୁ ଏହା ଜବତ ହୋଇଛି । ବିଶେଷ ସୁତ୍ରରୁ ଖବର ପାଇଁ ବାରିପଦା ବନ ବିଭାଗ ଚଢାଉ କରି ସଂନ୍ଧ୍ୟା ପ୍ରାୟ ୮ଟାରେ ଏକ ଅଟୋରେ ହାତୀଦାନ୍ତ ଚୋରା ଚାଲାଣ ହେଉଥିବାବେଳେ ୫ ବେପାରୀଙ୍କୁ ଗିରଫ କରିଥିବା କଥା ବାରିପଦା ବନାଞ୍ଚଳ ଅଧିକାରୀ ଲକ୍ଷ୍ମ୍ମୀଧର ବେହେରା ସୂଚନା ଦେଇଛନ୍ତି । ଜବତ ହାତୀଦାନ୍ତ ଦୁଇଟି ମଧ୍ୟରୁ ଗୋଟିଏ ୪୫ ସେଣ୍ଟିମିଟର ଲମ୍ବ ଓ ଓଜନ ୭୦୦ ଗ୍ରାମ୍ ହୋଇଥିବାବାଳେ ଅନ୍ୟଟିର ଲମ୍ବ ୩୮ ସେଣ୍ଟିମିଟର ଓ ଓଜନ ୬୦୦ ଗ୍ରାମ । ଏଥିରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ୫ ଜଣ ଅଭିଯୁକ୍ତ କୁଣ୍ଡାବାଇ ଅଞ୍ଚଳର ଦେବେନ୍ଦ୍ର ମାହାଲି, ପଙ୍କଜ କୁମାର ମାହାଲି, ଜଗନ୍ନାଥ ସିଂ, ସୁଶାନ୍ତ ସିଂ ଓ ବିନୁ ସିଂ ।

LEAVE A REPLY

Please enter your comment!
Please enter your name here