ଭୁବନେଶ୍ୱର: ଘାଟିକିଆରେ ‘ନୀଳକଣ୍ଠେଶ୍ବର ନିବାସ’ ଓ ଗାଡ଼କଣର “ମୁକ୍ତେଶ୍ୱର ରେସିଡେନ୍ସି” ଆବାସିକ ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଘାଟିକିଆରେ ‘ନୀଳକଣ୍ଠେଶ୍ୱର ନିବାସ’ ୫.୨୭ ଏକର ଜମିରେ ପ୍ରିକାଷ୍ଟ କଂକ୍ରିଟ୍ ପଦ୍ଧତିରେ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରେ ପ୍ରାୟ ୬୬.୫ କୋଟି ଟଙ୍କା ବ୍ୟୟ ହୋଇଛି । ଏଠାରେ ମୋଟ୍ ୯୨୮ଟି ଆବାସିକ ଗୃହ ସହ ୩୨ଟି ଦୋକାନ ନିର୍ମାଣ କରାଯାଇଛି । ସେହିପରି ଗାଡ଼କଣରେ ମୁକ୍ତେଶ୍ୱର ରେସିଡେନ୍ସି’ ସୁଲଭ ଆବାସିକ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୬.୩୬ ଏକର ଜମିରେ ନିର୍ମିତ ପ୍ରକଳ୍ପରେ ୬୮୦ଟି ଘର ରହିଛି । ଏହା ମଧ୍ୟ ପ୍ରିକାଷ୍ଟ କଂକ୍ରିଟ୍ ପଦ୍ଧତିରେ ତିଆରି ହୋଇଛି । ଘର ଭିତର ଓ ବାହାରେ ବିଜୁଳି, ପାଣି, ଶୌଚାଳୟ ସବୁ ସୁବିଧା ଅଛି । ପ୍ରତି ବ୍ଲକ୍ ଚାରି ମହଲାର (G+4) ରହିଛି । ଗୋଟିଏ ବେଡ଼ ରୁମ୍, ଲିଭିଂ ରୁମ୍, କିଚେନ, ବାଥରୁମ୍, ଶୌଚାଳୟ ଓ ବାକଲୋନୀ ରହିଛି । କମ୍ୟୁନିଟି ହଲ୍, ପାର୍କ, ମାର୍କେଟ କମ୍ପ୍ଲେସର ବ୍ୟବସ୍ଥା ରହିଛି । ଆର୍ଥିକ ଦୁର୍ବଳ ସ୍ଥିତି ଏବଂ ବସ୍ତିବାସିନ୍ଦାଙ୍କୁ ଏହି ସବୁ ଘର ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here