ଭାରତର ଜଣେ ଅଟୋ ଡ୍ରାଇଭରଙ୍କ ଝିଅ ପୋଲାଣ୍ଡରେ ଅନୁଷ୍ଠିତ ହେଇଥିବା 13ତମ ଅନ୍ତରାଷ୍ଟ୍ରିୟ ସିଲେସିଆନ୍ ବକ୍ସିଂରେ ଗୋଲ୍ଡ ମେଡାଲ ପାଇ ଦେଶ ପାଇଁ ସୁନାମ ଆଣିଛନ୍ତି. 52 କିଗ୍ରା ଓଜନର କ୍ୟାଟାଗୋରୀରେ ସେ ଏହାକୁ ଜିତି ପାରିଛନ୍ତି. ପଟିଆଲାର ହସାନାପୁର ଗାଁ ର ଏହି ଝିଅ ପାଇଁ ସଫଳତାର ରାସ୍ତା ଏତେ ସହଜ ନଥିବା ସେ କହିଛନ୍ତି. ବାପା ସର୍ଦ୍ଦାର ଜାସିଭ ସିଂ ପଟିଆଲାରେ ଜଣେ ଅଟୋ ଡ୍ରାଇଭର ଥିବା ବେଳେ ଝିଅର ଏହି ସଫଳତା ପାଇଁ ସେ ନିଜକୁ ଗର୍ବିତ ଅନୁଭବ କରିଛନ୍ତି. ଘରର ଆର୍ଥିକ ସ୍ଥିତି ଦୃଢ ନଥିବା ସତ୍ତ୍ୱେ ଝିଅ ସନ୍ଦୀପକୁ ବାପା ପ୍ରେରଣା ଦେଇଛନ୍ତି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ.

LEAVE A REPLY

Please enter your comment!
Please enter your name here