ଡିଜିଟାଲ ଇଣ୍ଡିଆ ମିଶନ ଅଧିନରେ ନ୍ୟାୟପାଳିକା ବ୍ୟବସ୍ଥାରେ ଟେକ୍ନୋଲୋଜିର ବିକାଶ ପାଇଁ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ନ୍ୟାୟ ବ୍ୟବସ୍ଥାର ଉନ୍ନତି ପାଇଁ ଆମେ ପୁରା ଚେଷ୍ଟା ଚଳେଇଛୁ । ଭତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିଙ୍କର ମିଳିତ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କୋର୍ଟରେ ଆଞ୍ଚଳିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏହାଦ୍ୱାରା ନାଗରିକମାନଙ୍କର ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ବଢିବ ବୋଲି ମୋଦି କହିଛନ୍ତି । ୨୦୧୫ରେ ଆମେ ୧୮ ଶହ ଅନାବଶ୍ୟକ ଆଇନ୍ ଚିହ୍ନଟ କରିଥିଲୁ । ସେଥିରୁ କେନ୍ଦ୍ର ସରକାର ୧୪୫୦ ଆଇନକୁ ଉଚ୍ଛେଦ କରିଥିବାବେଳେ ରାଜ୍ୟ ସରକାର ୭୫ଟି ଆଇନର ଉଚ୍ଛେଦ କରିଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନବିଚାରପତି ଏମି.ଭି ରମଣା କହିଛନ୍ତି , ଆମ ସମ୍ବିଧାନର ତିନିଟି ସ୍ତମ୍ଭକୁ ସ୍ୱତନ୍ତ୍ର ଅଧିକାର ଦିଆଯାଉଛି । ଆମେ ଆମର କାର୍ଯ୍ୟ କରିବା ସମୟରେ ଆମର ଲକ୍ଷ୍ମଣରେଖାକୁ ଦୃଷ୍ଟିରେ ରଖି କାମ କରିବା ଦରକାର ।

LEAVE A REPLY

Please enter your comment!
Please enter your name here