ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟସ୍ଥଳ । ଏଏସଆଇ ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳକୁ ଆଜି ଟିକେଟ ମୁକ୍ତ କରିଦିଆଯାଇଛି । ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଫଳରେ ତାଜମହଲ ସମେତ ଦେଶରେ ଏଏସଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପର୍ଯ୍ୟଟକମାନଙ୍କ ପାଇଁ ବିନା ଟିକେଟରେ ଖେଳାଯାଉଛି । ଓଡିଶାରେ ମଧ୍ୟ ଏଏସଆଇ ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳରେ ଆଜି ଟିକେଟ ଫ୍ରି କରାଯାଇଛି । କୋଣାର୍କ ମନ୍ଦିର ସହିତ ରାଜାରାଣୀ ମନ୍ଦିର ଭଳି ଐତିହ୍ୟସ୍ଥଳ ପରିଦର୍ଶନ ପାଇଁ ଆଜି ପର୍ଯ୍ୟଟକଙ୍କୁ ଟିକେଟ କରିବାକୁ ପଡିବନାହିଁ ।

LEAVE A REPLY

Please enter your comment!
Please enter your name here