ଚାମ୍ପିୟନ ହେବେ ଅର୍ଚ୍ଚିତା । ସେଥିପାଇଁ ସେ ଏବେ ଜିମ୍ ଯାଉଛନ୍ତି ଓ ବଡି ବିଲ୍ଡିଂ ବି କରୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଚାମ୍ପିୟନ ହେବା ପାଇଁ ଅର୍ଚ୍ଚିତାଙ୍କୁ ଏମିତି କିଛି ବ୍ୟାୟାମ କରିବାକୁ ପଡୁଛି । ଅବଶ୍ୟ ଏସବୁ ଓଡିଆ ସିନେଦର୍ଶକଙ୍କ ପାଇଁ ସେ କରୁଛନ୍ତି । କାରଣ କିଛିଦିନ ବ୍ୟବଧାନପରେ ପୁଣି ପରଦାକୁ ଫେରୁଛନ୍ତି ଅର୍ଚ୍ଚିତା । ଓଲିଉଡ ଜଗତର ଚୁଲବୁଲି ନାୟିକା ଅର୍ଚ୍ଚିତାଙ୍କୁ ଏଥର ନୂଆ ଲୁକରେ ଦେଖିବାକୁ ପାଇବେ ଦର୍ଶକ । ସମସ୍ତଙ୍କୁ ପଛରେ ପକାଇ ଏଥର ବାଜି ମାରିବେ କି ଅର୍ଚ୍ଚିତା । ସେଥିପାଇଁ ଜୋରଦାର ପରିଶ୍ରମ କରୁଛନ୍ତି ଅର୍ଚ୍ଚିତା । ଯେମିତି ତାଙ୍କ ପ୍ରତିଭା ଆଗରେ ପ୍ରତିନ୍ଦ୍ୱନ୍ଦି ମାନେ ଧରାଶାୟୀ ହେବେ । ଅନେକ ରୋମାଣ୍ଟିକ ଫିଲ୍ମରେ ଚୁଲବୁଲି ନାୟିକାଭାବେ ନଜର ଆସୁଥିବା ଅର୍ଚ୍ଚତା ଏବେ ବକ୍ସିଂ ଦୁନିଆରେ ପାଦ ଥାପିଛନ୍ତି । ଅପକମିଂ ଫିଲ୍ମ ‘ଚାମ୍ପିୟନ’ରେ ଅର୍ଚ୍ଚିତା ସମ୍ପୂର୍ଣ୍ଣଭାବେ ଅଲଗା ଲୁକରେ ଆସିବେ । ସମସ୍ତ ଫିଲ୍ମଠୁ ‘ଚାମ୍ପିୟନ’ର କାହାଣୀ ଓ ଚରିତ୍ର ସମ୍ପୂର୍ଣ୍ଣ ଭାବରେ ଭିନ୍ନ ବୋଲି ଅର୍ଚ୍ଚିତା କହିଛନ୍ତି । ଅର୍ଚ୍ଚିତା ଏହି ଫିଲ୍ମରେ ୪ଟି ଭୂମିକାରେ ନଜର ଆସିବେ । ଚାମ୍ପିୟନ ର ନିଦେ୍ର୍ଦଶନା ଦେଇଛନ୍ତି କେ.ମୁରଲୀ କ୍ରୀଷ୍ଣା ଓ ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ଏନ ଗଙ୍ଗାଧର ଓ ଦିପ୍ତୀ । ତେବେ ଆଗ ଫିଲ୍ମ ପରି ଏହି ଫିଲ୍ମକୁ ମଧ୍ୟ ଦର୍ଶକ ଖୁବ୍ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଅର୍ଚ୍ଚିତା ।

LEAVE A REPLY

Please enter your comment!
Please enter your name here