ଏଣିକି ଆଉ ଲୁଚେଇ ହେବନି ଚେହେରା. ଆଜ୍ଞା ହଁ, କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ. ହେଲେ ଏହା ସଂପୂର୍ଣ୍ଣରୂପେ ସତ. ଚୀନର ବୈଜ୍ଞାନିକମାନେ ଏଭଳି ଏକ ସର୍ଭିଲାନ୍ସ ସଫ୍ଟଓୟାର ପ୍ରସ୍ତୁତ କରିଛନ୍ତି, ଯାହା ମାଧ୍ୟମରେ ଜଣେ ଚୋର କିମ୍ବା ଅପରାଧି ନିଜ ଚେହେରାକୁ ଆଉ ଲୁଚାଇ ପାରିବନି. ଚୋରି ସମୟରେ ନିଜକୁ ରକ୍ଷା କରିବା ପାଇଁ ଯେତେବେଳେ ସେ ନିଜ ମୁହଁକୁ ଢାଙ୍କିଦିଏ, ଏବେ ତାହା ଆଉ ସମ୍ଭବପର ହେବନାହିଁ. ତେବେ ପ୍ରସ୍ତୁତ ହୋଇଥିବା ଏହି ସଫ୍ଟଓୟାରର ନା ରହିଛି ଗେଟ୍ ରେକଗିନେସନ ଟେକ୍ନିକ. ଯେଉଁଥିରେ ଜଣେ ଲୋକକୁ ଚିହ୍ନିବାକୁ ହେଲେ ତାର ଚେହେରା ଦେଖିବା ଜରୁରୀ ହେବନାହିଁ. ଏହି ଟେକ୍ନିକ ମାଧ୍ୟମରେ ଲୋକର ଚାଲି ଓ ବ୍ୟବହାରରୁ ତାକୁ ଚିହ୍ନିହେବ. ତେବେ ସଂଘାଇ ଓ ବିଜିଂ ସହରର ପୋଲିସମାନେ ମଧ୍ୟ ଏହି ମେସିନକୁ ପ୍ରୟୋଗ କରି ଏହାର କ୍ଷମତା ସଂପର୍କରେ ଅବଗତ ହୋଇସାରିଲେଣି. 50 ମିଟର ଦୂରରୁ ଜଣେ ବ୍ୟକ୍ତିକୁ ଚିହ୍ନିପାରିବାର କ୍ଷମତା ଏହି ମେସିନର ଅଛି ବୋଲି କହିଛନ୍ତି ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଭର୍ଟିକ୍ସର ସିଇଓ ହଙ୍ଗ ୟଜନ. ଏହି ସଫ୍ଟଓୟାର ବ୍ୟକ୍ତିର ଛାୟାକୁ ବାହାର କରି ତାର ଚାଲି ଓ ବ୍ୟବହାର ମାଧ୍ୟମରେ ବ୍ୟକ୍ତିକୁ ଚିହ୍ନିପାରେ.