ଡ୍ରଗ୍ସ ମାମଲାରେ ପ୍ରଥମେ କମେଡି କୁଇନ ଭାରତୀଙ୍କୁ ଗିରଫ କରିଥିଲା ଏନସିବି । ଆଜି ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ ଗିରଫ କରିଛି ଏନସିବି । ଏନଡିପିଏସ ଆକ୍ଟ ଅନୁଯାୟୀ ଗିରଫ ହୋଇଛନ୍ତି କମେଡି ଦମ୍ପତ୍ତି । ଡ୍ରଗ୍ସ କିଣିବା, ବିକ୍ରି କରିବା ଓ ବ୍ୟବହାର କଲେ ଏହି ଆକ୍ଟ ଅନୁଯାୟୀ ଦଣ୍ଡ ବିଧାନ ହୋଇଥାଏ । ୧୦ରୁ ୨୦ ବର୍ଷ ଯାଏଁ ହୋଇପାରେ ଦଣ୍ଡ ବିଧାନ । ଜରିମାନା ବି ଦେବାକୁ ପଡିଥାଏ । ଭାରତି ଏବଂ ହର୍ଷଙ୍କ ଘରେ ଶନିବାର ଏନସିବି ଚଢଉ କରି ତାଙ୍କ ଘରୁ ଗଂଜେଇ ଜବତ କରିଥିଲା । ଏନସିବି ଅଧିକାରୀଙ୍କ ପଚରା ଉଚରା ବେଳେ ଭାରତି ଏବଂ ହର୍ଷ ଗଂଜେଇ ନେଉଥିବା ନେଇ ସ୍ୱୀକାର କରିଥିଲେ । ଭାରତୀଙ୍କ ଘରୁ ଗଂଜେଇ ମିଳିବା ପରେ ଭାରତୀ ଏବଂ ହର୍ଷଙ୍କୁ ସମନ ପଠାଇଥିଲା ଏନସିବି । ଏହାପରେ ଶନିବାରେ ଭାରତୀଙ୍କୁ ୪ଘଂଟା ଧରି ପଚରା ଉଚରା ପରେ ପୋଲିସ ଗିରଫ କରିଛି । ଆଜି ଭାରତୀ ସିଂଙ୍କୁ କୋର୍ଟରେ ହାଜର କରାଯିବ । ତେବେ ଭାରତୀଙ୍କ ଉପରେ କୋର୍ଟ କଣ ଶୁଣାଣି କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆଜି ତାଙ୍କ ସ୍ୱାମୀ ହର୍ଷଙ୍କ ଗିରଫଦାରୀ ଆହୁରୀ ଚର୍ଚ୍ଚା ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here