ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି | ଏହି ଅବସରରେ ସେ ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି | ଚନ୍ଦ୍ରଯାନ-୨ ମିଶନ୍ ସମୟରେ ସବୁଠାରୁ ଚର୍ଚ୍ଚାରେ ଥିଲେ ଇସ୍ରୋ ମୁଖ୍ୟ କେ. ଶିବନ୍ | ତାମିଲନାଡ଼ୁର ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା କେ. ଶିବନ୍ | ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କରିଥିଲେ | ବେଙ୍ଗାଲୁରୁ ଆଇଆଇଏସ୍ସିରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ମାଷ୍ଟର୍ସ ସାରିବା ପରେ ୨୦୦୬ରେ ଆଇଆଇଟି ବମ୍ବେରେ ପିଏଚ୍ଡି ସାରିଥିଲେ । ୧୯୮୨ରେ ସେ ଇସ୍ରୋରେ ଯୋଗଦେଇଥିଲେ । ଲଞ୍ଚ ଭେଇକିଲ୍ ମିଶନ୍ ପିଏସ୍ଏଲ୍ଭି ପ୍ରକଳ୍ପରେ ସେ ବଡ଼ ଭୂମିକା ନିଭାଇଥିଲେ । ଏଥିରେ ସେ ପ୍ଲାନିଂ, ଡିଜାଇନିଂ, ଇଣ୍ଟିଗ୍ରେସନ୍ ଏବଂ ଆନାଲିସିସ୍ ଆଦି କ୍ଷେତ୍ରରେ କାମ କରିଛନ୍ତି | ଏକ ମଧ୍ୟମ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ, ତାଙ୍କର ପ୍ରାଥମିକ ଶିକ୍ଷା ଏକ ସରକାରୀ ବିଦ୍ୟାଳୟରେ ହୋଇଥିଲା |