ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାରି କରିଛନ୍ତି ଗ୍ୟାରେଣ୍ଟି କାର୍ଡ । ରାଜ୍ୟରେ କ୍ଷମତାକୁ ଆସିଲେ ୧୦ ଟି କାମ ନିଶ୍ଚିତ କରିବେ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି କେଜ୍ରିୱାଲ । ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ଯୋଗାଣ, ୨୪ ଘଣ୍ଟାର ପାଣି ଯୋଗାଣ, ମାଗଣା ବସ ସେବା , ଓ ପ୍ରତ୍ୟେକ ଶିଶୁଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଯୋଗାଇ ଦେବାକୁ କେଜ୍ରିୱାଲ ଗ୍ୟାରେଣ୍ଟି ଦେଇଛନ୍ତି । ଏହା ସହିତ ଦିଲ୍ଲୀକୁ ପ୍ରଦୁଷଣ ମୁକ୍ତ କରିବା, ଯମୁନା ନଦୀ , ସଫା କରିବା ଓ ପ୍ରତ୍ୟକ ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇ ଦେବାକୁ ଗ୍ୟାରେଣ୍ଟି ଦେଇଛନ୍ତି କେଜ୍ରିୱାଲ । ନିର୍ବାଚନ ଆଉ ୧୯ ଦିନ ଥିବାବେଳେ କେଜ୍ରିୱାଲ ୧୦ଟି ଆବଶ୍ୟକତା ପୂରଣ ଲାଗି ଗ୍ୟାରେଣ୍ଟି ଦେଇଛନ୍ତି । ଗତ ନିର୍ବାଚନରେ ଆମ ଆଦମି ପାର୍ଟି ୭୦ରୁ ୬୭ ସିଟ ରେ ହୋଇଥିଲା ବିଜୟୀ । ତେବେ ଏଥର ପୁରା ୭୦ରୁ ୭୦ ହୋଇଥିବା ଲାଗି ଯୋଜନା କରିଛି ।

LEAVE A REPLY

Please enter your comment!
Please enter your name here