ଦିଲ୍ଲୀରେ ଏବେ କରୋନା ସଙ୍କ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଅନଲକ-୪ର ଅବଧି ସୋମବାର ସରୁଛି । କାଲିଠୁ ବାର୍ ଖୋଲିବାକୁ ଅନୁମତି ମିଳିଛି । ବାରରେ ୫୦ ପ୍ରତିଶତ ଗ୍ରାହକଙ୍କୁ ମିଳିବ ଅନୁମତି । ଦିନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ବାର୍ । ଖାଲି ବାର୍ ନୁହେଁ ରେଷ୍ଟୁରାଣ୍ଟ ମଧ୍ୟ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ରେଷ୍ଟୁରାଣ୍ଟରେ ମଧ୍ୟ କେବଳ ୫୦ ପ୍ରତିଶତ ଗ୍ରାହକଙ୍କୁ ବସିବାକୁ ସୁଯୋଗ ମିଳିବ । ପବ୍ଲିକ ପାର୍କ ଏବଂ ଗାର୍ଡେନ ମଧ୍ୟ ଖୋଲା ରହିବ । ଏଥିସହିତ ବଜାର, ମାର୍କେଟ କଂମ୍ଲେକ୍ସ ,ସପିଂ ମଲ ଗୁଡିକ ମଧ୍ୟ ଦିନ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ମେଟ୍ରୋ ମଧ୍ୟ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ । କମ୍ ଯାତ୍ରୀଙ୍କୁ ନେଇ ବସ୍ , ଅଟୋ, ରିକ୍ସା, ଟ୍ୟାକ୍ସି, କ୍ୟାବ୍ ଚାଲିବ ।

ଦିଲ୍ଲୀରେ ଏହି ସବୁ ବନ୍ଦ ରହିବ

ସ୍କୁଲ , କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ ।
ପୂର୍ବଭଳି ରାଜନୀତିକ , ସାମାଜିକ, ସାଂସ୍କୃତି କାର୍ଯ୍ୟକ୍ରମ ବନ୍ଦ ରହିବ ।
ସୁଇମିଂ ପୁଲ, ସିନେମା ଥିଏଟର , ୱାଟର ପାର୍କ, ସ୍ପା, ଜିମ୍ ବନ୍ଦ ରହିବ ।
ମଣ୍ଡପରେ ଧୁମଧାମରେ ବାହାଘର କରାଇବାକୁ ମନା । କେବଳ କୋର୍ଟ ମ୍ୟାରେଜ କିମ୍ବା ଘରେ କମ ଲୋକରେ ବାହାଘର ପାଇଁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବାହାଘରରେ ୨୦ ଲୋକ ସାମିଲ ହେବାକୁ ମିଳିଛି ଅନୁମତି । ଅନ୍ତିମ ଯାତ୍ରାରେ ମଧ୍ୟ ୨୦ ଲୋକ ସାମିଲ ହୋଇପାରିବେ ।

LEAVE A REPLY

Please enter your comment!
Please enter your name here