ମଦ ଦୋକାନ ଖୋଲିବା ପରେ ଦୋକାନ ଆଗରେ ନଡିଆ ବାଡେଇ ଗେଣ୍ଡୁମାଳ ପକାଇ ପୂଜା କରୁଛି ଦୋକାନୀ । ଆଜି ଦୋକାନ ଖୋଲିବ ଏବଂ କିଛି ପଇସା କମାଇବ । ଖାଲି ଦୋକାନ ଆଗରେ ପୂଜା କରୁନାହାଁନ୍ତି । ମଦ ନେବାକୁ ଆସୁଥିବା କିଛି ଗରାଖଙ୍କୁ ଫୁଲ ପକାଇ ସ୍ୱାଗତ ବି କରୁଛନ୍ତି । ଉତ୍ତରପ୍ରଦେଶ ପୟାଗରାଜରେ ଥିବା ଏ ହେଉଛି ଏକ ମଦ ଦୋକାନ ସାମ୍ନାର ଦୃଶ୍ୟ ।
ସେପଟେ ମଦ ଦୋକାନ ଖୋଲୁ ଖୋଲୁ କିଣିବା ପାଇଁ ଲୋକଙ୍କ ଉତ୍ସାହ କହିଲେ ନସରେ । ୪୦ ଦିନ ପରେ ଆଜି ପାଟିରେ ଟିକେ ନାଲି ପାଣି ବାଜିବ । କିଏ ପେଟି ପେଟି ମଦ ବୋହି ନେଇଯାଉଛି ତ ଆଉ କିଏ ହାତରେ ଏକାଥରକେ ୪-୫ଟା ମଦ ଟେକି ନେଇଯାଉଛି । ସକାଳ ସକାଳୁ ପ୍ରାୟ ସବୁ ମଦ ଦୋକାନ ଆଗରେ ଲାଗିଥିଲା ଏମିତି ଲମ୍ବା ଲାଇନ୍ । ମଦ ପାଇଁ ଯେମିତି ସମସ୍ତେ ଭୁଲି ଯାଇଥିଲେ ମହାମାରୀ କରୋନା ଭାଇରସକୁ । ପରସ୍ପରକୁ ଧକ୍କା ଦେଇ ଆଗୁଆ ମଦ କିଣିବାକୁ ଠେଲାପେଲା ମଧ୍ୟ ହୋଇଥିଲେ । କିଛି ଦୋକାନ ଆଗରେ ଏଭଳି ପରିସ୍ଥିତି ଦେଖାଯିବାରୁ ଦିଲ୍ଲୀ ପୋଲିସ ଅନେକ ଅଞ୍ଚଳରେ ଦୋକାନ ବନ୍ଦ କରିଥିଲା ।
ଦିଲ୍ଲୀ, କର୍ଣ୍ଣାଟକା, ଆସାମ, ଛତିଶଗଡ଼, ହିମାଚଳ ପ୍ରଦେଶ ଓ ମହାରାଷ୍ଟ୍ର ଭଳି ଏକାଧିକ ରାଜ୍ୟରେ ଆଜି ମଦ ଦୋକାନ ଖୋଲାଯାଇଛି। ମାର୍ଚ୍ଚ ୨୪ ତାରିଖରୁ ସାରା ଦେଶରେ ଲକଡାଉନ ହୋଇଥିବାରୁ ମଦ ଦୋକାନ ବନ୍ଦ ରହିଥିଲା। ବର୍ତ୍ତମାନ ଲକ୍ଡାଉନ୍ ର ତୃତୀୟ ପର‌୍ୟ୍ୟାୟ ଆସିବା ପରେ ମଦ-ତମାଖୁ -ଗୁଟଖା ଦୋକାନ ଖୋଲିବା ପାଇଁ ଅନୁମତି ମିଳିଛି

LEAVE A REPLY

Please enter your comment!
Please enter your name here