ଦିଲ୍ଲୀରୁ ବାରଣାସୀକୁ ଗଡିଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଟ୍ରେନ । ପ୍ରଥମ ସେମି ହାଇସ୍ପିଡ ଟ୍ରେନ “ବନ୍ଦେ ଭାରତ ଏକ୍ସପ୍ରେସ” କୁ ପତାକା ଦେଖାଇ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶତାବ୍ଦୀ ଟ୍ରେନ ପରି ବନ୍ଦେ ଭାରତ ଏକ୍ସପ୍ରେସ କିଲୋମିଟର ପିଛା ୧୬୦ ସ୍ପିଡରେ ଯାତ୍ରା କରିବା ସହିତ ଯାତ୍ରୀମାନଙ୍କୁ ଅଧିକ ଉତ୍ତମ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଦୁଇଟି ସ୍ଥାନ କାନପୁର ଓ ଆଲ୍ଲାହାବାଦରେ ରହି ୮ ଘଣ୍ଟା ଭିତରେ ବାରଣାସୀ ରେ ପହଁଚିବାର ବ୍ୟବସ୍ଥା ହୋଇଛି । ୧୬ ବଗି ବିଶିଷ୍ଟ ଏହି ଏକ୍ସପ୍ରେସ ସୋମବାର ଓ ଗୁରୁବାରକୁ ଛାଡିଦେଲେ ସପ୍ତାହର ଅନ୍ୟ ସବୁଦିନ ଚାଲିବ । ଟ୍ରେନରେ ଜି.ପି.ଏସ. ଓ ୱାଇ ଫାଇ ସୁବିଧା ସହ ବାୟୋ ଭ୍ୟାକୁମ ଶୌଚାଳୟ, ଅଟୋମେଟିକ ଡୋର ବ୍ୟବସ୍ଥା ରହିଛି । ଟ୍ରେନଟି ସଂପୂର୍ଣ୍ଣ ବାତାନୁକୁଳିତ ଏବଂ ସବୁ ଯାତ୍ରୀଙ୍କୁ ଗରମ ଖାଦ୍ୟ, ଗରମ ଓ ଥଣ୍ଡା ପାନୀୟ ଦିଆଯିବା ସହ ସଫାସୁତରା ପ୍ରତି ଧ୍ୟାନ ଦିଆଯିବ ବୋଲି କୁହାଯାଇଛି । ଗ୍ରୀନ ଫୁଟପ୍ରିଣ୍ଟ ବ୍ୟବସ୍ଥା ଦ୍ୱାରା ଏହି ଟ୍ରେନ ଚଳାଚଳରେ ୩୦ ପ୍ରତିଶତ ବିଜୁଳିଶକ୍ତି ବଂଚା ଯାଇପାରିବ ବୋଲି କୁହାଯାଇଛି । ଚେନ୍ନାଇର ରେଲୱେ ପ୍ରଡକସନ ୟୁନିଟ ଦ୍ୱାରା “ବନ୍ଦେ ଭାରତ ଏକ୍ସପ୍ରେସ” ଟ୍ରେନ ତିଆରି କରାଯାଇଛି

LEAVE A REPLY

Please enter your comment!
Please enter your name here