ଆତଙ୍କବାଦୀମାନେ ବହୁତ ବଡ ଭୁଲ କରିଦେଇଛନ୍ତି । ଏଥିପାଇଁ ସେମାନଙ୍କୁ ବହୁ ମୁଲ୍ୟ ଦେବାକୁ ପଡିବ । କୌଣସି ପରିସ୍ଥିତିରେ ସେମାନଙ୍କୁ ଛଡା ଯିବ ନାହିଁ । ପୁଲୱାମା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ସାରା ଦେଶ ଏବେ ଏକାଠି ହୋଇ ଏଭଳି ପରିସ୍ଥିତିର ମୁକାବିଲା କରୁଛି । ଯେଉଁ ରାସ୍ତାରେ ପଡୋଶୀ ରାଷ୍ଟ୍ର ଚାଲୁଛି , ତାହା ବରବାଦର ରାସ୍ତା । ଏହି ହମଲାର ମୁହଁ ତୋଡ ଜବାବ ଦିଆଯିବ ବୋଲି ମୋଦି କହିଛନ୍ତି ।

LEAVE A REPLY

Please enter your comment!
Please enter your name here