ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ କେସରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତୀ ମିଳିନାହିଁ । ସ୍ପେଶାଲ ଲିଭ୍ ପିଟିସନରେ ଶୁଣାଣୀ କରିବା ସମୟରେ ନ୍ୟାୟାଧୀଶ ଏନବୀ ରାମାନା ପି. ଚିଦାମ୍ବରମଙ୍କ ଯାଚିକାକୁ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇଙ୍କ ସମକ୍ଷ ଶୁଣାଣୀ କରିବା ପାଇଁ ହସ୍ତାନ୍ତର କରିଛନ୍ତି । ପି. ଚିଦାମ୍ବରମଙ୍କ ଅଗ୍ରିମ ଜାମିନ ଯାଚିକା ରଦ୍ଦ ହେବା ପରେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଅନ୍ତରୀଣ ଜାମିନ ଦାବୀ କରି ତାଙ୍କ ଓକିଲ ସୁପ୍ରିମକୋର୍ଟରେ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ କିଛି ସମୟ ପରେ ଶୁଣାଣୀ କରାଯିବ । ଶୁଣାଣୀ ପାଇଁ ବରିଷ୍ଠ ଓକିଲ ଏବଂ କଂଗ୍ରେସ ନେତା କପିଲ ସିବଲ୍ଲ, ସଲମାନ କୁର୍ଶୀଦ ଏବଂ ବିବେକ ତନଖା କୋର୍ଟ ରୁମରେ ଉପସ୍ଥିତ ଅଛନ୍ତି ।
ତେବେ ପୂର୍ବତନ ଅର୍ଥମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ କେସରେ ଆଜି ସକାଳେ ସିବିଆଇର ଏକ ସ୍ପେଶାଲ ଟିମ ତାଙ୍କ ଘରେ ପହଁଚିଥିଲେ । କିନ୍ତୁ ଚିଦାମ୍ବରମ ସେଠାରେ ନଥିଲେ । ଏହା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ କାନୁନ ଟିମ ସିବିଆଇକୁ ପତ୍ର ଲେଖି ନ୍ୟାୟାଳୟରେ ବୁଧବାର ତାଙ୍କର ଯାଚିକାରେ ଶୁଣାଣୀ ହେବା ପୂର୍ବରୁ ବଳ ପୂର୍ବକ କୌଣସୀ କାର୍ୟ୍ୟାନୁଷ୍ଠାନ ନବେବାକୁ ଅପିଲ କରାଯାଇଥିଲା । ଗତକାଲି ମଧ୍ୟ ଇଡି ଏବଂ ସିବିଆଇ ସନ୍ଧ୍ୟା ୬ଟା ୩୦ରେ ତାଙ୍କ ଘରେ ପହଁଚିଥିଲେ । କିନ୍ତୁ ଚିଦାମ୍ବରମ ସେଠାରେ ଉପସ୍ଥିତ ନଥିଲେ । ଯାହା ଫଳରେ ସିବିଆଇ ତାଙ୍କୁ ୨ଘଣ୍ଟା ମଧ୍ୟରେ ହାଜର ହେବାକୁ ନୋଟିସ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here