ଭୁବନେଶ୍ୱର, 16/04: ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ରବିବାର ଦିନ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି ।
ସୋଆର ବିଭିନ୍ନ ଅନୁଷ୍ଠାନର ସହ ସହ ଛାତ୍ରଛାତ୍ରୀ ଏହି ମାରାଥନ ରେ ଦୌଡି ଥିଲେ ।
ସୋଆ କ୍ୟାମ୍ପସ 2 ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି ମାରାଥନ କୁ କୃଷି ମହାବିଦ୍ୟାଳୟ ର ଡିନ ପ୍ରଫେସର ବିଜୟ କୁମାର ସାହୁ ଶୁଭାରମ୍ଭ କରିଥିଲେ |
କ୍ୟାମ୍ପସ 2 ଠାରୁ କଳିଙ୍ଗ ସ୍ଟୁଡ଼ିଓ ଛକ ପର୍ଯ୍ୟନ୍ତ ଏହି ମାରାଥନ ହୋଇଥିଲା |
ଏହି ମାରାଥନ ରେ ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ ର ନିର୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ସ୍ପୋର୍ଟ୍ସ ଅଫିସର ଶ୍ରୀମତୀ ସୁନିତା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ|

LEAVE A REPLY

Please enter your comment!
Please enter your name here