ପ୍ରଥମ ମ୍ୟାଚରେ ଜବରଦସ୍ତ ବିଜୟ ପରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ ଅପେକ୍ଷା ଏହି ମ୍ୟାଚ ବିରାଟ ବାହୀନିଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜିଙ୍ଗ ରହିବ । ଉଭୟ ଦଳ ଶକ୍ତିଶାଳୀ ହୋଇଥିବାରୁ ଆଜିର ମ୍ୟାଚ ଅଧିକ ରୋମାଂଚକର ରହିବ । ଆଜିର ଏହି ମହତ୍ୱପୂର୍ଣ୍ଣ ମ୍ୟାଚ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ପାଇଁ ଅଗ୍ନୀ ପରୀକ୍ଷା ସଦୃଶ ହେବ । ଦୁଇ ଟିମ୍ ୨୦ ବର୍ଷ ପରେ ଇଂଲଣ୍ଡ ମାଟିରେ ମୁହାଁମୁହିଁ ହେବେ । ଶେଷ ଥର ପାଇଁ ଉଭୟେ ୧୯୯୯ ବିଶ୍ୱକପରେ ସାମ୍ନାସାମ୍ନି ହୋଇଥିଲେ । ଯେଉଁଥିରେ ଭାରତ ପରାସ୍ତ ହୋଇଥିଲା । ଲଣ୍ଡନର ଐତିହାସିକ ଓଭାଲ୍‌ ପଡ଼ିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ଣ ୩ଟାରୁ ଆରମ୍ଭ ହେବ। ତେବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉସôାହ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here