ତିତଲି ବାତ୍ୟା ଓ ବନ୍ୟା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୬୧ ଜଣଙ୍କ ମୃତ୍ୟୁ ଘଟିଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ବିଷୟରେ ଯାଞ୍ଚ ଚାଲିଛି । ସେମାନଙ୍କ ମଧ୍ୟରୁ ୩ ଜଣ ମତ୍ସଜୀବୀ ଥିବା ଜଣାପଡିଛି। ସୋରଡାରୁ ଦାରିଙ୍ଗିବାଡି ରାସ୍ତା ବ୍ୟତିତ ସବୁ ରାସ୍ତା ମରାମତି ଶେଷ ହୋଇଛି । ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହୋଇଛି । ନଳ କୂପ ମରାମତି ହେବା ସହ ଆସନ୍ତା ୨୨ ତାରିଖ ସୁନ୍ଧା ୯୦% ବିଦ୍ୟୁତ୍ କାମ ସରିବ । ପ୍ରଭାବିତ ଅଞ୍ଚଳରେ ୫୦ କେଜି ଲେଖାଏଁ ଚାଉଳ ଦିଆଯାଇଛି । ସୂଚନାଯୋଗ୍ୟ, ‘ତିତଲି’ କ୍ଷୟକ୍ଷତି ନେଇ ଶନିବାର ରାଜ୍ୟ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏସଆରସିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ସାମିଲ ହୋଇଥିଲେ। ‘ତିତଲି’ ବାତ୍ୟା ପରେ ଲଗାଣ ବର୍ଷା ଯୋଗୁଁ ଓଡିଶାରେ ବିଶେଷତଃ ପ୍ରଭାବିତ ହୋଇଥିବା ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲାର କ୍ଷୟକ୍ଷତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା

LEAVE A REPLY

Please enter your comment!
Please enter your name here