ରାଜ୍ୟରେ ପଞ୍ଚାୟତ ନିର୍ବାଚନ ତିନିମାସ ସ୍ଥଗିତ ରଖିବାକୁ ଦାବି । ତିନି ପ୍ରମୁଖ ବିରୋଧୀ ରାଜନୈତିକ ଦଳ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନ ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେଇ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏହି ଦାବି କରାଯାଇଛି । ରାଜ୍ୟରେ ଭୟଙ୍କର କୋଭିଡ ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ତିନିମାସ ନିର୍ବାଚନ ସ୍ଥଗିତ ରଖିବାକୁ କହିଛନ୍ତି । ବିଜେପି ବିଧାୟକ ତଥା ବିରୋଧୀ ଦଳ ସଚେତକ ମୋହନ ମାଝୀ କହିଛନ୍ତି, ଆଉ ତିନିମାସ ନିର୍ବାଚନ ସ୍ଥଗିତ ରହିଲେ କିଛି ସମସ୍ୟା ହେବ ନାହିଁ । ବରଂ ଲୋକଙ୍କ ଜୀବନ ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ ସ୍ଥଗିତ ରଖିବା ଆବଶ୍ୟକ । କଂଗ୍ରେସ ମଧ୍ୟ ଅନୁରୂପ ମତ ପ୍ରକାଶ କରିଛି । ତେବେ ବିଭିନ୍ନ ରାଜନୈତିକ ଦଳର ମତାମତକୁ ନେଇ ନିର୍ବାଚନ ଆୟୋଗ ଖୁବଶୀଘ୍ର ଗାଇଡଲାଇନ ପ୍ରସ୍ତୁତ କରିବେ ବୋଲି କମିଶନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here