ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ. ସୋମବାର ତ୍ରାଲରେ ସେନା ଦ୍ୱାରା ହୋଇଥିବା ସର୍ଚ୍ଚ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି. ଆଜି ଅର୍ଥାତ ମଙ୍ଗଳବାର ମଧ୍ୟ ଜାରି ରହିଛି ସର୍ଚ୍ଚ ଅପରେସନ. ନିହତ ଦୁଇ ଆତଙ୍କବାଦୀ ହିଜବୁଲ ମୁଜାହିଦୀନ ସଂଗଠନର ବୋଲି ଜଣାପଡିଛି.  ଦୁଇ ଜଣଙ୍କ ମୃତ ଶରୀର ଠାବ ହୋଇଥିବା ବେଳେ ଏମାନେ ହିଜବୁଲ ମୁଜାହିଦୀନ ସଂଗଠନ ସହ ସଂପୃକ୍ତ ଥିଲେ ବୋଲି ସେନା ପକ୍ଷରୁ କୁହାଯାଇଛି. ଏମାନଙ୍କ ନିକଟରୁ ରାଇଫଲ ସହ ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଛି. ଖବର ଅନୁସାରେ, ତ୍ରାଲ ଅଞ୍ଚଳରେ କିଛି ମାଓବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା. ପରେ ସୁରକ୍ଷାକର୍ମୀମାନେ ସେହି ଅଞ୍ଚଳକୁ ସଂପୂର୍ଣ୍ଣରୂପେ ଘେରାଉ କରିଥିଲେ.

LEAVE A REPLY

Please enter your comment!
Please enter your name here