ମଙ୍ଗଳବାର ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ. ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ. ଟି-20ରେ ପରାଜୟ ବରଣ କରିଥିବା ବିରାଟ ବାହିନୀ 5ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ କବଜା କରିବା ପାଇଁ ଚେଷ୍ଟା କରିବ ଏବଂ କଙ୍ଗାରୁ ଦଳଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ.  ତେବେ ପ୍ରଥମ ଦିନିକିଆ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିବା ଭାରତୀୟ ଟିମର ମନୋବଳ ଦୃଢ ରହିଛି. ନାଗପୁର ଷ୍ଟାଡିୟମ ସବୁବେଳେ ଭାରତ ପାଇଁ ଭାଗ୍ୟାଶାଳୀ ରହିଥିବା ବେଳେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନାଗପୁରରେ ଖେଳାଯାଇଥିବା ମ୍ୟାଚରେ ଭାରତ ସବୁ ମ୍ୟାଚରେ ବିଜୟ ହାସଲ କରିଛି. ତେବେ ଆଜିର ମ୍ୟାଚରେ ଭାରତ କି ପ୍ରକାର ପ୍ରଦର୍ଶନ କରୁଛି, ତା ଉପରେ ସମସ୍ତଙ୍କ ନଜର ରହିବ.

LEAVE A REPLY

Please enter your comment!
Please enter your name here