ଦିଦି ଏଠି ଖୋଲିକରି ହସନ୍ତୁ. ଦାଦାଗିରି କରନ୍ତୁନି, ଆପଣ ଲୋକତନ୍ତ୍ରରେ ଅଛନ୍ତି । ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ସ୍ୱାଗତ କରି ଲାଗିଛି ଏମିତି କାର୍ଟୁନ ପୋଷ୍ଟର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ମହାରାଲିରେ ଯୋଗଦେବାକୁ ଦିଲ୍ଲୀରେ ପହଁଚିଛନ୍ତି ମମତା । ପଶ୍ଚିମବଙ୍ଗରେ ବିଜେପିର ହେଲିକପ୍ଟର ଓହ୍ଲାଇବାକୁ ଦେଇ ନ ଥିଲେ ମମତା । ତାର ଜବାବରେ ଦିଲ୍ଲୀର ବଙ୍ଗ ଭବନ ଓ ଜନ୍ତର ମନ୍ତର ଠାରେ ମମତାଙ୍କ ଏମିତି କାର୍ଟୁନ ଭରା ପୋଷ୍ଟର ଲଗାଯାଇଛି. ପୋଷ୍ଟର ତଳେ ୟୁଥ ଅଫ ଡେମୋକ୍ରାସି ବୋଲି ଉଲ୍ଲ୍ଲେଖ ରହିଛି.

LEAVE A REPLY

Please enter your comment!
Please enter your name here