ବର୍ତ୍ତମାନ ଯୁଗ ପରିବର୍ତ୍ତନ ହେବା ସହ ଯୁବପୀଢିଙ୍କ ପସନ୍ଦ ମଧ୍ୟ ବଦଳୁଛି. ସେମାନଙ୍କ ଇଚ୍ଛା ଅନୁସାରେ ସେମାନେ ନିଜ କାମ କରୁଛନ୍ତି. ଫଳରେ ଏହାର ପରିଣାମ କେବେ ଭଲ ହେଉଛି ତ କେତେବେଳେ ଖରାପ. ନିଜ ନିଷ୍ପତି ନେଇ ସେମାନଙ୍କୁ ଫଳ ମିଳୁଛି. ତେବେ ବର୍ତ୍ତମାନ ଭାଲେଣ୍ଟାଇନ ସପ୍ତାହ ଚାଲିଥିବା ବେଳେ ପ୍ରେମୀଯୁଗଳ ଏହାକୁ ବେଶ ଆନନ୍ଦର ସହ ପାଳନ କରୁଛନ୍ତି ଓ ସାରାଜୀବନ ଏକାଠି ରହିବା ପାଇଁ ଶପଥ ମଧ୍ୟ କରୁଛନ୍ତି. ହେଲେ ପ୍ରକୃତରେ ଏହା କେତେଦୂର ସତ୍ୟ. କାହା ପ୍ରେମ ସତ ହେଉଥିବା ବେଳେ କିଛି ଦିନ ପରେ ପ୍ରେମରେ କଳା ବାଦଲ ଛାଇ ଯାଉଛି. ଆଉ ତା ପରେ ସରିଯାଉଛି ପ୍ରେମ. ପ୍ରେମ ହେଉଛି କେବଳ ଭାଲେଣ୍ଟାଇନ ଡେ’ ପର୍ଯ୍ୟନ୍ତ. ଏହି ପରିପ୍ରକ୍ଷୀରେ ଗୁଜୁରାଟର ଏକ ସ୍କୁଲରେ ଦେଖିବାକୁ ମିଳିଛି ଏକ ଅଜବ ପ୍ରୟାସ. ଛାତ୍ରଛାତ୍ରୀମାନେ କେବେ ବି ପ୍ରେମ କିମ୍ବା ପ୍ରେମ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି. ନିଜ ବାପାମା’ଙ୍କ ବିରୋଧରେ ନ ଯାଇ ତାଙ୍କ ଇଚ୍ଛାକୁ ସମ୍ମାନ ଦେବା ପାଇଁ ସେମାନେ ଶପଥ ନେଇଛନ୍ତି. ସେମାନଙ୍କ ମତ ଅନୁସାରେ, ପ୍ରେମ ବିବାହ କଲେ ତାହା ସବୁଦିନ ପର୍ଯ୍ୟନ୍ତ ରହିନଥାଏ. ଆଉ ପିତାମାତା ମଧ୍ୟ ତାକୁ ଗ୍ରହଣ କରିନଥାନ୍ତି. ଯେଉଁ ସଂପର୍କରେ ବାପାମା’ଙ୍କ ଆଶୀର୍ବାଦ ନଥାଏ ସେ ସଂପର୍କ ଗ୍ରହଣଯୋଗ୍ୟ ନୁହେଁ ବୋଲି ଛାତ୍ରଛାତ୍ରୀମାନେ ମତ ଦେଇଛନ୍ତି. ସେଥିପାଇଁ ବାପାମା’ ଯେଉଁଠି ବିବାହ କରାଇବେ ସେମାନେ ସେଠି ବିବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି. ଭାଲେଣ୍ଟାଇନ ଡେ ଅବସରରେ ସେମାନେ ଏହି ଶପଥ ନେବେ. 12ଟି ସ୍କୁଲର ପ୍ରାୟ 10 ହଜାର ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ. ହାସ୍ୟମେବ ଜୟତେ ନାମକ ଏକ ସଂସ୍ଥା ସେମାନଙ୍କୁ ଏହି ଶପଥ କରାଇବ ବୋଲି ସୂଚନା ମିଳିଛି.

 

 

LEAVE A REPLY

Please enter your comment!
Please enter your name here