ବୁଧବାର ଅପରାହ୍ନ ସମୟରେ ଭୁବନେଶ୍ୱରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି. ସିଆରପି ଛକ ନିକଟରେ ଥିବା ଭେଣ୍ଡିଂ ଜୋନରେ ଏହି ଅଗ୍ନିକାଣ୍ଡ ଘଟିଛି. ଫଳରେ ସେଠାରେ ଥିବା ଫଳ ଦୋକାନ ସଂପୂର୍ଣ୍ଣରୂପେ ପୋଡି ପାଉଁଶ ହୋଇଯାଇଛି. ସୂଚନା ଅନୁସାରେ, ଭେଣ୍ଡିଂ ଜୋନ ପଛପଟେ ଅଳିଆ ଗଦା ଥିଲା. ଅଳିଆ ଗଦାରେ ନିଆଁ ଲଗାଯାଇଥିଲା. ମାତ୍ର ଭୁଲବଶତଃ ତାହା ଭେଣ୍ଡିଂ ଜୋନକୁ ବ୍ୟାପିଯାଇଥିଲା. ଫଳରେ ପ୍ରାୟ 1 ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି. ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି.

LEAVE A REPLY

Please enter your comment!
Please enter your name here