ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗୁଳିକାଣ୍ଡ ଘଟିଛି । ମହରୌଲିର ବିଧାନସଭା ଆସନରୁ ଆପ୍ ବିଧାୟକ ପ୍ରାର୍ଥୀ ନରେଶ ଯାଦବଙ୍କ ଉପରକୁ ଗୁଳିମାଡ ହୋଇଛି । ସେ ନିର୍ବାଚନରେ ଜିତିବା ପରେ ଦିଲ୍ଲୀର କିସନଗଡ ଗାଁରେ ନିଜ ସମର୍ଥକ ଓ ଅନ୍ୟ ଆପ୍ କର୍ମୀଙ୍କ ସହ ହନୁମାନ ମନ୍ଦିରକୁ ଯାଇ ପୂଜା ସାରି ଏକ ରୋଡ ସୋରେ ଯାଉଥିବା ସମୟରେ ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଦୁର୍ବୃତ୍ତମାନେ ତାଙ୍କ ଗାଡି ଉପରକୁ ୭ ରାଉଣ୍ଡ ଗୁଳି ଚଳାଇଥିଲେ । ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ତାଙ୍କର ଜଣେ ସହଯୋଗୀ ଗୁଳିକାଣ୍ଡରେ ମୃତ୍ୟୁ ବରଣ କରିଛନ୍ତି ଓ ଆଉ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅରୁଣା ଆସଫ ଅଲି ରୋଡରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଥାନାରେ ଏହି ମାମଲାରେ ଏକ ଏତଲା ରୁଜୁ କରାଯାଇଛି । ଦିଲ୍ଲୀରେ ଆପ୍‌ର ବିପୁଳ ବିଜୟ ପରେ ଏପରି ଗୁଳିକାଣ୍ଡ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here