ଦିଲ୍ଲୀ ବିମାନବନ୍ଦରକୁ ଟାର୍ଗେଟ । ୩ ଦିନ ଭିତରେ ବିସ୍ଫୋରଣରେ ଦିଲ୍ଲୀ ବିମାନ ବନ୍ଦରକୁ ଉଡାଇଦେବା ନେଇ ଏକ ସନ୍ଦିଗ୍ଧ ମେଲ ଆସିଛି । ଏବଂ ଏହି ସନ୍ଦିଗ୍ଧ ମେଲ ପଠାଇଥିବା ନିଜକୁ ଅଲକାଏଦା ସଦସ୍ୟ କହୁଛି । ଦିଲ୍ଲୀ ପୋଲିସକୁ ଇମେଲ ଯୋଗେ ଧମକ ଦେଇଛି ଅଲକାଏଦା । ମେଲ ମିଳିବା ପରେ ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସୂଚନା ମୁତାବକ, ଶନିବାର ସନ୍ଧ୍ୟା ୫ଟା ୪୫ ମିନିଟରେ ଏୟାରପୋର୍ଟ ମେଲକୁ ଏକ ମେଲ ଆସିଥିଲା ।ଏହି ମେଲ [email protected]ରୁ ଆସିଥିଲା । ଏହି ମେଲରେ କରନବୀର ସୁରୀ ଓରଫ୍ ମହମ୍ମଦ ଜଲାଲ ଓ ତାଙ୍କ ପତ୍ନୀ ଶୈଲୀ ସାରଦାଙ୍କ ନାଁ ଉଲ୍ଲେଖ ଅଛି । ସେମାନେ ସିଙ୍ଗାପୁରରୁ ଭାରତ ଆସୁଛନ୍ତି । ଏହି ଦୁଇଜଣ ଏୟାରପୋର୍ଟରେ ତିନି ଦିନ ଭିତରେ ବୋମା ରଖିବାର ଷଡଯନ୍ତ୍ର କରିବେ ବୋଲି ଏହି ମେଲରେ ଲେଖା ଅଛି । ଏପରି ଧମକ ଭରା ମେଲ ମିଳିବା ପରେ ସମସ୍ତ ଟର୍ମିନାଲରେ ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ଏଜେନ୍ସି ଗୁଡିକୁ ଆଲର୍ଟ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here