କରୋନାର ତୃତୀୟ ଲହର ଏବେ ଦେଶବାସୀଙ୍କୁ ଆତଙ୍କିତ କରିଦେଇଥିବା ବେଳେ ଆସନ୍ତାମାସରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ମାଡ୍ରାସ ଆଇଆଇଟି ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ଫେବୃଆରୀ 1 ରୁ 15 ମଧ୍ୟରେ କରୋନାର ତୃତୀୟ ଲହର ଶୀଖର ଛୁଇଁବ । ତେବେ ପୂର୍ବ ଲହର ତୁଳନାରେ ଏହା ସଂପୂର୍ଣ୍ଣ ଭିନ୍ନ । ଏବେ ପଚାଶ ପ୍ରତିଶତ ଲୋକ ପ୍ରତିଷେଧକ ନେଇସାରିଛନ୍ତି । ମାତ୍ର ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ଯେପରି କଟକଣା ଲାଗୁ କରାଯାଇଥିଲା, ଏବେ ସେମିତି କରାଯାଇନାହିଁ । ତେବେ ସଂକ୍ରମଣକୁ ରୋକିବା ପାଇଁ ସଂକ୍ରମିତ ଅଞ୍ଚଳକୁ କ୍ବାରେଣ୍ଟିନ କରିବା ଆବଶ୍ୟକ ରହିଛି ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here