କରୋନା କଟକଣା ଭିତରେ ପାଳନ ହେଉଛି ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । ପୂର୍ବରୁ ଯାହା ନୀତି ନିର୍ଘଣ୍ଟ ହୋଇଥିଲା ସେହି ଅନୁଯାୟୀ ମହାଦୀପ ଉଠିବ । ମନ୍ଦିର ଭିତରେ କୋଭିଡ ନିୟମ ମାନି ଦୀପ ଜାଳିବେ ଶ୍ରଦ୍ଧାଳୁ । ଧାଡି ଦର୍ଶନ ମଧ୍ୟ ହେବ । ବନ୍ଦ ଥିବା ହାଣ୍ଡିଭଙ୍ଗା ଯାତ୍ରା ବି ଚଳିତ ବର୍ଷ ହେବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦୀର୍ଘ ବର୍ଷ ହେଲା ନିୟମ ଭଙ୍ଗାଯାଉଥିବାବେଳେ ଏ ବର୍ଷ ହେବ କପିଳନାଥ ଓ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ସୁରକ୍ଷା ଦୃଷ୍ଟିରୁ ଲିଙ୍ଗରାଜ ମନ୍ଦିର ପରିସରରେ ମୁତୟନ ହେବେ ୩୪ ପ୍ଲାଟୁନ ପୋଲିସ ଫୋର୍ସ । ଏମାନଙ୍କ ମଧ୍ୟରେ ଅଛନ୍ତି୧୨୦ ବରିଷ୍ଠ ପୋଲିସ ଅଧିକାରୀ, ୫ ଜଣ ଅତିରିକ୍ତ ଡିସିପ, ୧୩ ଜଣ ଏସିପି, ୧୭ ଜଣ ଇନସ୍ପେକ୍ଟର ଏବଂ ୮୬ ସବ ଇନସ୍ପେକ୍ଟର । ଭକ୍ତ ମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here