ବିଦ୍ୟୁତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକଙ୍କୁ ନିୟମିତ କରିବା, କାର୍ଯ୍ୟ କରୁଥିବାବେଳେ ମୃତ୍ୟୁବରଣ କଲେ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ସ୍ଥାୟୀ ଚାକିରୀ ଦେବା, ପୁନଃ ଘରୋଇକରଣ ବନ୍ଦ କରିବା ପ୍ରମୁଖ ଦାବୀରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଂଞ୍ଜିନିୟର ଏକତା ମଞ୍ଚ ତରଫରୁ ଆନ୍ଦୋଳନ କରାଯାଇଛି । ଗତ ୨୨ ଦିନ ଧରି କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ ମଧ୍ୟ ବିଭାଗୀୟ କତ୍ତୃପକ୍ଷ ସେମାନଙ୍କ ଦାବୀ ପ୍ରତି ଧ୍ୟାନ ଦେଉନଥିବାରୁ ସଂଘ ଅସନ୍ତୋଷ ପ୍ରକାଶ କରିଛି । ଦାବି ପୂରଣ ନହେଲେ ହଜାର ହଜାର କର୍ମଚାରୀ ବାଧ୍ୟ ହୋଇ ଦାବି ପୂରଣ ପର୍ଯ୍ୟନ୍ତ ଧର୍ମଘଟର ରାସ୍ତାକୁ ଆପଣାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here