ବହୁ ଚର୍ଚ୍ଚିତ ଅତି ସମ୍ଵେଦନଶୀଳ ଅଯୋଧ୍ୟା ମାମଲାର ପ୍ରକାଶ ପାଇଛି ଐତିହାସିକ ରାୟ | ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଦେଇଛନ୍ତି | ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ.ଏ.ବୋବଡେ, ଜଷ୍ଟିସ୍ ଏସ୍ ଅବଦୁଲ ନଜୀର, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ ରାୟ ଶୁଣାଇଛନ୍ତି | ଏହି ମାମଲାର ଶୁଣାଣି ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟାମାନ ପ୍ରକାଶ ପାଇଛି | ସେପଟେ ଏହି ମାମଲାରେ ଶୁଣାଣି କରୁଥିବା ପାଞ୍ଚ ଜଣିଆ ଖଣ୍ଡପୀଠରେ ସାମିଲ ଥିବା ବିଚାରପତିମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି | କୌଣସି ସମୁଦାୟ କିମ୍ଵା ବ୍ୟକ୍ତି କ୍ଷୋଭ ରଖି ସେମାନଙ୍କୁ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରି ସେମାନଙ୍କ ସୁରକ୍ଷା ବୟବସ୍ଥା ବଢାଯାଇଛି | ତେବେ ଏହି ବିଚାରପତିଙ୍କ ସୁରକ୍ଷା ଦାୟିତ୍ଵରେ ଅତିରିକ୍ତ ଯବାନଙ୍କୁ ନିୟୋଜିତ କରାଯାଇଛି | ଏହା ସହ ଏହି ବିଚାରପତିଙ୍କ ଘରକୁ ଯିବା ଆସିବା କରୁଥିବା ରାସ୍ତାରେ ବ୍ୟାରିକେଡ, ଯିବା ଆସିବା ସମୟରେ ବିଚାରପତିଙ୍କ ସହ ସଶସ୍ତ୍ର ଗାଡି ପଠାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି |