ଡେରାଡୁନ: ବର ବେଶରେ ଛତା ଧରି ବାରଯାତ୍ରୀଙ୍କ ସହ ଚାଲି ଚାଲି କନ୍ୟା ଘରେ ପହଞ୍ଚିଛି ବର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣଣ୍ଡରେ । ପ୍ରବଳ ତୁଷାରପାତ ଯୋଗୁଁ ବରକୁ କରିବାକୁ ପଡିଥିଲା ଏମିତି । ଶୀତ ସରିବାକୁ ବସିଲାଣି ହେଲେ ଉରତ୍ତର ଭାରତରେ ଏବେ ବି ଚାଲିଛି ତୁଷାରପାତ । ପ୍ରବଳ ତୁଷାରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉତ୍ତରାଖଣଣ୍ଡ ଓ ହିମାଚଳ ରେ ଲାଗିରହିଛ ସମାନ ପରିସ୍ଥିତିି । ଲୋକମାନେ ଘରୁ ବାହାରକୁ ବାହାରି ପାରୁ ନ ଥିବା ବେଳେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ବର ହାତରେ ଛତା ଧରି ୪ କିଲୋମିଟର ଚାଲି ଚାଲି ଯିବାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ମୁତାବିକ ବିବାହ ତାରିଖ ଠିକ୍ ହୋଇଯାଇଥିବା ବେଳେ ବିବାହ ଦିନ ତୁଷାରପାତ ହୋଇଥିଲା ଏବଂ ଯାତାୟତର ସବୁ ରାସ୍ତା ବନ୍ଦ ହୋଇଯିବାପରେ ତାରିଖ ବଦଳାଇବା ପରିବର୍ତ୍ତେ ବର ଛତାଧରି ଚାଲି ଚାଲି କନ୍ୟା ଘରକୁ ଯିବାର ନିଷ୍ପତି ନେଇଥିଲା । କନ୍ୟାର ଘର ଚମୋଲି ଜିଲ୍ଲାର ବିଜରା ଗାଁରେ । ବର ପହଞ୍ଚିବା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here