ନେଦରଲ୍ୟାଣ୍ଡକୁ ଫେରିଲା ଲକଡାଉନ୍ । କୋଭିଡ ସଂକ୍ରମଣ ବୃଦ୍ଧି ପରେ ଆଜିଠାରୁ ଲାଗୁ ହୋଇଛି ଲକଡାଉନ୍ । ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟେ ଲକ ଡାଉନ୍ ଘୋଷଣା କରିବା ପରେ ଆଜିଠାରୁ ଲାଗୁ ହୋଇଛି । ସମସ୍ତ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ସାଂସ୍କୃତିକ ଏବଂ ମନୋରଞ୍ଜନ ସ୍ଥଳ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । କିନ୍ତୁ ସ୍କୁଲ ଓ ବିଶ୍ୱ ବିଦ୍ୟାଳୟ ଜାନୁଆରୀ ୯ ପର୍ଯ୍ୟନ୍ତ ବନ୍ଦ ରହିବ । ଲକଡାଉନ୍ ସମୟରେ ଘରକୁ ଅତିଥିଙ୍କୁ ଆମନ୍ତ୍ରଣ କରିବା ପରେ କଟକଣା ଲଗାଯାଇଛି । କୌଣସି ସ୍ଥାନରେ ପାଳନ ହୋଇ ପାରିବନି ଖ୍ରୀଷ୍ଟମାସ ସେଲିବ୍ରେସନ । ସେପଟେ ସ୍ଥିତି ଅତି ଜଟିଳ ହୋଇଥିବାରୁ ଏକ ବଡ ବିପଦର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ ଆହ୍ବାନ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘ । ରାଷ୍ଟ୍ରସଂଘ ମୁଖ୍ୟ ଉର୍ସୁଲା ଲେୟେନ କହିଛନ୍ତି, ଜାନୁଆରୀ ମଧ୍ୟଭାଗ ସୁଦ୍ଧା ସମସ୍ତ ୨୭ଟି ଯାକ ସଦସ୍ୟ ରାଷ୍ଟ୍ରରେ ଆତଙ୍କ ରଚିପାରେ ଓମିକ୍ରନ୍ ।

LEAVE A REPLY

Please enter your comment!
Please enter your name here