ବାତ୍ୟାରେ ପରିଣତ ହେଲା ଆରୋବ ସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ନିସର୍ଗ । ଦିନ ୧୧ଟା ୩୦ରେ ବାତ୍ୟାରେ ପରିଣତ ହୋଇଛି ନିସର୍ଗ । ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଅପଡେଟ୍ ବୁଲେଟିନ୍ ଅନୁସାରେ, ବାତ୍ୟା ନିସର୍ଗ ଏବେ ପାଞ୍ଜିମରୁ ୨୮୦ କିଲୋମିଟର, ମୁମ୍ବାଇରୁ ୪୩୦ ଓ ସୁରତରୁ ୬୪୦ କିମି ଦୂରରେ ରହିଛି । ସେପଟେ ଆସନ୍ତା ୧୨ ଘଣ୍ଟାରେ ନିସର୍ଗ ଭୟଙ୍କର ବାତ୍ୟାରେ ପରିଣତ ହେବ । ଆସନ୍ତାକାଲି ମହାରାଷ୍ଟ୍ର ଆଲିବାଗ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ପୂବାନୁମାନ କରିଛି ପାଣିପାଗ ବିଭାଗ । ଆଇଏମଡିର ସୂଚନା ଅନୁସାରେ, ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିବା ଆକଳନ କରାଯାଇଛି । ପରିସ୍ଥିତିକୁ ଦେଖି ଏନଡିଆରଏଫ ପକ୍ଷରୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାହେଉଛି । ସେପଟେ ତଟରକ୍ଷୀ ବାହିନୀ ପକ୍ଷରୁ ମତ୍ସଜୀବି ମାନଙ୍କୁ ସତର୍କ କରାଯାଇଛି ।

LEAVE A REPLY

Please enter your comment!
Please enter your name here