ଜଣେ 20 ବର୍ଷୀୟ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କ ସମେତ ଜଣେ ଯୁବକଙ୍କୁ ଗିରଫ କରିଛି । ଦିଲ୍ଲୀ ବେଲା ଫାର୍ମ ଅଞ୍ଚଳରୁ ଯୁବକଙ୍କୁ ମୃତଦେହ ମିଳିବା ପରେ ପୋଲିସ ସିସିଟିଭି ଆଧାରରେ ଛାନଭିନ କରିଥିଲା । ଗିରଫ ହୋଇଥିବା 20 ବର୍ଷୀୟା ମହିଳା ପୋଲିସକୁ ଦେଇଥିବା ବୟାନ ଅନୁଯାୟୀ, ଗତ ଜାନୁଆରୀ ମାସରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ତା ପରଠୁ ତାଙ୍କ ସ୍ବାମୀଙ୍କ ସଂପର୍କୀୟ ଏହି ଯୁବକ ଜଣକ ତାଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିବା ସହ ଯୌନ ନିର୍ଯାତନା ଦେବା ଆରମ୍ଭ କରିଦେଲେ । ଦିନକୁ ଦିନ ନିର୍ଯାତନା ଅସହ୍ୟ ହେବାକୁ ଲାଗିଲା । ତାଙ୍କର ଅନ୍ତରଙ୍ଗ ବାନ୍ଧବୀଙ୍କ ସ୍ବାମୀ ଇରଫାନ ତାଙ୍କୁ ସହାୟତା କରିବାକୁ ରାଜି ହେଲେ । ଘଟଣାଦିନ ସେ ସଂପୃକ୍ତ ଯୁବକଙ୍କୁ ବେଲା ଫାର୍ମ ଅଞ୍ଚଳକୁ ଡାକିଥିଲେ । ଯୁବକ ଜଣକ ପହଞ୍ଚିବା ପରେ ସେ ଏବଂ ଇରଫାନ ତାକୁ ଧରି ଛୁରୀ ଭୂଷି ଦେଇଥିଲେ । ସେ ମରିବା ପର୍ଯ୍ୟନ୍ତ ସେମାନେ ତାକୁ ଛୁରୀ ଭୂଷି ଚାଲିଥିଲେ । ସେ ମରିଗଲା ପରେ ତାକୁ ବେଲା ଫାର୍ମ ପାଚେରୀ କଡକୁ ଫୋପାଡି ଦେଇ ଚାଲି ଆସିଥିଲେ । ସେ ତାକୁ ବାରମ୍ବାର ଦୁଷ୍କର୍ମ କରୁଥିବାରୁ ସେ ପ୍ରତିଶୋଧ ନେଇଛି ବୋଲି ଯୁବତୀ ଜଣକ ପୋଲିସକୁ କହିଛି । ପୋଲିସ ଘଟଣାସ୍ଥଳରୁ ବ୍ୟବହୃତ ହୋଇଥିବା ଛୁରୀ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here