ପୁଣି ଥରେ ଆତଙ୍କବାଦ ପ୍ରସଙ୍ଗକୁ ନେଇ ପାକିସ୍ତାନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ | ପାକିସ୍ତାନ ନିଜ ସୀମା ମଧ୍ୟରେ ରହିବାକୁ କହିଛନ୍ତି ରାଜନାଥ, ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି | ଆତଙ୍କବାଦ୍ ଉପରେ ରୋକ ଲଗାଅ ନହେଲେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ ପାକିସ୍ତାନ । ଯଦି କୌଣସି ଆତଙ୍କବାଦୀ ସୀମା ମଧ୍ୟଙ୍କୁ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି ତେବେ ସେ ଆଉ ଫେରିବାର ବାଟ ଭୁଲିଯିବେ କହିଛନ୍ତି ରାଜନାଥ | ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପର ଠାରୁ ବାଉଳି ହେଉଥିବା ପାକିସ୍ତାନ ନିଜ ମାନସିକ ଭାରସାମ୍ୟ ହରାଇ ବସିଛି | ବାରମ୍ବାର ଜାତିସଂଘର ଧମକ ଦେଉଥିବା ପାକିସ୍ତାନ, ଜାତିସଂଘରୁ ମଧ୍ୟ ନିରାଶ ହୋଇ ଫେରିଛି | ସେପଟେ ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ ଚାଲିଛି | ଯାହାର କଡା ଜବାବ ଦେଉଛନ୍ତି ଆମ ଭାରତୀୟ ଯବାନ |

LEAVE A REPLY

Please enter your comment!
Please enter your name here