ଭାରତରେ କରୋନା ମୃତ୍ୟୁକୁ ନେଇ ପ୍ରକାଶ ପାଉଥିବା ସରକାରୀ ତଥ୍ୟ ସନ୍ଦେହ ଘେରରେ । ଆମେରିକାର ନ୍ୟୁ ୟୋର୍କ ଟାଇମ୍ସରେ ପ୍ରକାଶ ପାଇଥିବା ଏକ ତଥ୍ୟଭିତ୍ତିକ ରିପୋର୍ଟରେ କୁହାଯାଇଛି, ଭାରତରେ କୋଭିଡଜନିତ ମୃତ୍ୟୁ ତିନିଲକ୍ଷ ନୁହେଁ, ବରଂ ତାହା ଚାଳିଶ ଲକ୍ଷ ହେବ । ଭାରତରେ ଯେତିକି ଲୋକ କୋଭିଡରେ ଆକ୍ରାନ୍ତ ହେଉଛନ୍ତି, ତାହାର ହିସାବ ଠିକ୍ ଭାବେ ରଖାଯାଉନାହିଁ ବୋଲି ଏହି ରିପୋର୍ଟରେ କୁହାଯାଇଛି । ପ୍ରଥମତଃ ଭାରତରେ ପର୍ଯ୍ୟାପ୍ତ ପରିମାଣରେ କୋଭିଡ ପରୀକ୍ଷା କରାଯାଇପାରୁନାହିଁ ଏବଂ ଯେଉଁମାନେ କୋଭିଡରେ ସଂକ୍ରମିତ ହେଉଛନ୍ତି, ତାହାର ମଧ୍ୟ ସଠିକ ତଥ୍ୟ ରଖାଯାଉନାହିଁ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here