ଜୁଲାଇ ୨୨ ତାରିଖରେ ଇତିହାସ ରଚିବ ଭାରତ କାରଣ ୨୨ ଜୁଲାଇ ଅପରାହ୍ନ ୨ଟା ୪୩ ମିନିଟରେ ଉତକ୍ଷେପଣ ହେବ ଚନ୍ଦ୍ରାୟନ-୨ । ଆନ୍ଦ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ଶତୀଶ ଧୱନ ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ ଜିଏସ୍ ଏଲ୍ଭି ଏମକେ-୩ ଦ୍ୱାରା ଚନ୍ଦ୍ରାୟନ-୨ ଉତକ୍ଷେପଣ କରାଯିବ । ଚନ୍ଦ୍ରାୟନ-୨ ସଫଳତାର ସହ ଚନ୍ଦ୍ରରେ ଅବସ୍ଥାପିତ ହେଲେ ଭାରତ ଇତିହାସ ରଚିବ । ଉତକ୍ଷେପଣର ପ୍ରାୟ ୫୦ ଦିନ ପରେ ଚନ୍ଦ୍ରାୟନ-୨ ର ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ।ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଜୁଲାଇ ୧୫ ତାରିଖରେ ଚନ୍ଦ୍ରାୟନ-୨ ର ଉତକ୍ଷେପଣ ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା । କିନ୍ତୁ ଉତକ୍ଷେପଣର କିଛି ସମୟ ପୂର୍ବରୁ ଚନ୍ଦ୍ରାୟନ-୨ ରେ ଯାନ୍ତ୍ରିକ ତୃଟି ଦେଖାଯିବାରୁ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here