ଜଗତସିଂହପୁର ଜିଲ୍ଲାରେ ଜିଲ୍ଲା ଯୋଗାଣ ବିଭାଗ ଓ ଆର.ଏମ.ସିଙ୍କ ମିଳିତ ଆନୂକୁଲ୍ୟରେ ଜଗତସିଂହପୁରସ୍ଥିତ ଚାଟ୍ରା କୃଷକ ବଜାରଠାରେ ପ୍ରଥମ ଧାନମଣ୍ଡିର ଉଦଘାଟନ କରାଯାଇଛି. ଏହାକୁ ଅତିରିକ୍ତି ଜିଲ୍ଲାପାଳ ସଚିଦାନନ୍ଦ ସାହୁ ଉଦଘାଟନ କରିଛନ୍ତି. ତେବେ ଏହି ଉଦଘାଟନ ଉତ୍ସବରେ ଜିଲ୍ଲାପାଳଙ୍କ ସମେତ ସିଏସଓ, ଏଆରସିଏସ, ବ୍ଲକ ଚେୟାରମ୍ୟାନ୍, ବିଡିଓ, ଆରଏମସି ସଂପାଦକଙ୍କ ସହ ବହୁ ଚାଷୀମାନେ ମଧ୍ୟ ଯୋଗ ଦେଇଥିଲେ. ତେବେ ଜିଲ୍ଲାରେ ମୋଟ 105ଟି ଧାନମଣ୍ଡି ଖୋଲାଯାଇ ପାଖାପାଖି 17 ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି. ଏହାଛଡା ଧାନ ସଂଗ୍ରହର 3 ଦିନ ଭିତରେ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି.

LEAVE A REPLY

Please enter your comment!
Please enter your name here