ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଆଭ୍ୟନ୍ତରୀଣ ଓଡିଶା ଉପରେ ରହିଛି ଘୂର୍ଣ୍ଣିବଳୟ । ସମୂଦ୍ର ପତନ ଠାରୁ ଶୂନ ଦଶମିକ ୯ କିଲୋମିଟର ଉଚ୍ଚରେ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ପୁରୀ, ଜଗତସିଂହପୁର. ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ୧୩ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ , ଯାଜପୁର ,କଟକ, ଖୋର୍ଦ୍ଧା, ଜଗତସିଂହପୁର. ପୁରୀ, ଗଞ୍ଜାମ, କେନ୍ଦ୍ରାପଡା, କନ୍ଧମାଳ, ନୟାଗଡ, ବୌଦ୍ଧ ଜିଲ୍ଲାରେ ବର୍ଷା ହେବ । ସେହିପରି ସୋନପୁର, ସମ୍ବଲପୁର, ଦେଇଜ୍ଞଙ୍ଗ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ପରେ ରାଜ୍ୟର ୬ଟି ଜିଲ୍ଲାରେ କୂଆ ପଥର ବର୍ଷାର ସମ୍ଭାବନା ରହିଛି । ତେବେ ୧୦ ତାରିଖରୁ ବର୍ଷାର ପରିମାଣ କମିବା ସହ ଥଣ୍ଡାର ପରିମାଣ ବଢିବ । ରାତିରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ।

LEAVE A REPLY

Please enter your comment!
Please enter your name here