ଫେବୃୟାରୀ ଶେଷ ସପ୍ତାହରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଗତ ଦେଢମାସ ଭିତରେ ଏହା ହେଉଛି ରାହୁଲଙ୍କର ତୃତୀୟ ଗସ୍ତ । ଏଥରକ ରାହୁଲ ବରଗଡରେ ଆୟୋଜିତ ସମାବେଶରେ ଯୋଗଦେବେ । ଫେବୃୟାରୀ ୨୬ ରେ ରାହୁଲଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । କଂଗ୍ରେସ ସଭାପତି ହେବା ପରେ ଏହା ତାଙ୍କର ପ୍ରଥମ ବରଗଡ ଗସ୍ତ । ପୂର୍ବରୁ ସେ ଫେବୃୟାରୀ ୬ ରେ ଭବାନୀ ପାଟଣା ଓ ରାଉରକେଲାରେ ଜନସମାବେଶରେ ଯୋଗ ଦେଇଥିଲେ । ତା ପୂର୍ବରୁ ସେ ଭୁବନେଶ୍ୱର ସ୍ଥିତ ତମାଣ୍ଡୋରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here