ବ୍ୟାନ ହେବ ଇ-ସିଗାରେଟ୍ . ଇ ସିଗାରେଟ ବ୍ୟାନ କରିବା ନିଷ୍ପତ୍ତିକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ . ଇ-ସିଗାରେଟ୍ ର ଆମଦାନୀ, ରପ୍ତାନୀ, ଉତ୍ପାଦନ ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିବ. ଅଧ୍ୟାଦେଶ ଆଣି ଏହାକୁ କାର‌୍ୟ୍ୟକାରୀ କରାଯ଼ିବ . ତେବେ ବ୍ୟାନ ହେବାକୁ ଯ଼ାଉଥିବା ଏହି ଇ ସିଗାରେଟ କଣ ? ଇ-ସିଗାରେଟ୍ ବା ଇଲେକ୍ଟ୍ରୋନିକ୍ସ ସିଗାରେଟ ହେଉଛି ଏକ ଡିଭାଇସ, ଯ଼ାହା ବ୍ୟାଟେରୀ ଦ୍ବାରା ଚାଲେ. ବ୍ୟାଟେରୀ ଚାଲିଲେ ଡିଭାଇସ ଭିତରେ ଥିବା ତରଳ ପଦାର୍ଥ ଉତ୍ତପ୍ତ ହୋଇ ଧୂଆଁରେ ପରିଣତ ହୁଏ ଏବଂ ଏହାକୁ ସହଜରେ ଧୂମପାନ କରୁଥିବା ବ୍ୟକ୍ତି ପାଟିବାଟେ ନେଇଥାନ୍ତି ଓ ଛାଡିଥାନ୍ତି . ଏହା ଭିତରେ ବହୁଳମାତ୍ରାରେ ନିକୋଟିନ ଥାଏ, ଯାହା ଶରୀର ପାଇଁ କ୍ଷତିକାରକ ପ୍ରଥମେ ଏହାକୁ ଷ୍ଟାଇଲ ଭାବେ ବ୍ୟବହାର କରାଯ଼ାଉଥିଲା . ପ୍ରାୟ ୪୦୦ କମ୍ପାନୀ ୧୫୦ ଫ୍ଲେଭୋରରେ ଇ ସିଗାରେଟ ପ୍ରସ୍ତୁତ କରୁଛନ୍ତି ତେବେ ଇ ସିଗାରେଟ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସବୁଠୁ ଅଧିକ ଯ଼ୁବବର୍ଗ ଓ କମବୟସର ପିଲା ଅଛନ୍ତି . କ୍ୟାବିନେଟ ଅନୁମୋଦନ କରିଥିବା ନିୟମ ଅନୁଯ଼ାୟୀ, ପ୍ରଥମ ଥର ନିୟମ ଉଲଂଘନ କଲେ ୧ ଲକ୍ଷ ଟଙ୍କାର ଜୋରିମାନା ସହ ୧ ବର୍ଷ ପାଇଁ ଜେଲ ଦଣ୍ଡର ବ୍ୟବସ୍ଥା କରାଯ଼ାଇଥିବା ବେଳେ ଦ୍ବିତୀୟ ଥର ନିୟମ ଉଲଂଘନ କଲେ ୩ ବର୍ଷର ଜେଲ ଦଣ୍ଡ ସହ ୫ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡିବ. ପ୍ରତିବର୍ଷ ଦେଶରେ ୯ ଲକ୍ଷ ଲୋକ ଧୁମପାନ ସେବନ କରି ମୃତ୍ୟୁ ବରଣ କରୁଛନ୍ତି. ଭାରତରେ ୧୦ କୋଟି ଲୋକ ଧୁମ ପାନ କରୁଛନ୍ତି . ଧୁମପାନ କରିବାରେ ଚାଇନା ପରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି. ପୂର୍ବରୁ ଇ-ସିଗାରେଟ୍ ଉପରେ ନ୍ୟୁୟର୍କ ଓ ମିଚିଗାନ ବ୍ୟାନ ଲଗାଇଛନ୍ତି

LEAVE A REPLY

Please enter your comment!
Please enter your name here