ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଚରିତ୍ର ଉପରେ ପ୍ରସ୍ତୁତ ହେବାକୁ ଯାଉଛି ଏକ ଫଟୋ ଆଲବମ୍ । ଆଠ ଫୁଟ ଲମ୍ବା, ଚାରି ଫୁଟ ଚଉଡାର ଏହି ଫଟୋ ଆଲବମ ରହିବ । ଏଥିରେ ପାଖାପାଖି ୧୦୦ଟି ପେଜ୍ ରହିବ । ୪୦୦ କିଲୋଗ୍ରାମ ଓଜନର ଏହି ଆଲବମରେ ୫୦୦୦ ଫଟୋ ରହିବ । ଏହି ଆଲବମର ନାମ ସ୍ୱର୍ଣ୍ଣିମ ଭାରତ ରଖାଯିବ ବୋଲି ସୂଚନା ମିଳିଛି । ଆଲବମ ପ୍ରସ୍ତୁତ ହେବା ପରେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ ପାଇଁ ଆବେଦନ କରାଯିବ । କାଉନସିଲର ଚେୟାରମ୍ୟାନ ଡକ୍ଟର ସୁଭାଷ ଭଲ୍ଲା କହିଛନ୍ତି କି, ଆଲବମର କଭର ପେଜ୍ ୧୦ମିଲି ମିଟର ରହିବ ଏବଂ ୪ମିଲିମିଟର ଆକ୍ରେଲିକ ଶୀଟରେ ରହିବ । ଏହା ଉପରେ ବିନାଳୟ ପ୍ରଂଟିଙ୍ଗର ଉପେଯାଗ କରାଯାଇ ପ୍ରଦର୍ଶନ କରାଯିବ ।

LEAVE A REPLY

Please enter your comment!
Please enter your name here