ଆଜି ସେୟାର ବଜାରକୁ ପ୍ରବେଶ କଲା ଏଲଆଇସିର । ଆଜି ବିଦ୍ଧିବଦ୍ଧ ଭାବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ତାଲିକା ଭୁକ୍ତ ହୋଇଛି । ଭାରତର ସବୁଠୁ ବଡ ଓ ବିଶ୍ୱସ୍ତ ବିମା କମ୍ପାନୀ ଏଲଆଇସି । ଷ୍ଟକ ମାର୍କେଟରେ ତାଲିକା ଭୁକ୍ତ ହେବା ପରେ ସେୟାରର ମୂଲ୍ୟ ସାମାନ୍ୟ କମ ରହିଛି । ହେଲେ ଏଥିରେ ସୁଧାର ଆସିବ ବୋଲି ଅର୍ଥନୀତି ବିଶାରଦମାନେ ଆକଳନ କରିଛନ୍ତି । ତଥାପି ଷ୍ଟକ ବଜାରରେ ତାଲିକା ଭୁକ୍ତ ହେବା ପରେ ପ୍ରଥମ ଦିନରେ କଣ ରହୁଛି ଏଲଆଇସି ସେୟାରର ସ୍ଥିତି ତାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ନିବେଶକ । ମେ ୪ରୁ ମେ ୯ ପର୍ଯ୍ୟନ୍ତ ୬ଦିନ ଧରି ଏଲଆଇସିର ମାରାଥନ ଆଇପିଓ ଇସୁ ସମୟରେ ଘରୋଇ ନିବେଶକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ଏଲଆଇସିର ୩ ଦଶମିକ ୫ ପ୍ରତିଶତ ଅଂଶଧନ ବିକ୍ରୀ କରି ୨୧ ହଜାର କୋଟି ଟଙ୍କା ଉଠାଇବାକୁ ଯୋଜନା କରିଛନ୍ତି । ଏଥିରେ ୨୨ କୋଟି ସେୟାର ଇସୁ କରାଯାଇଛି । ଗୋଟିଏ ସେୟାର ପାଇବାକୁ ତିନୋଟି ଆବେଦନ ପତ୍ର ରହିଛି । ଏଲଆଇସି ସେୟାର ଆଲର୍ଟ କରିସାରିଥିବାବେଳେ ଏହାର ଦର କେତେ ରହିବ ତାହା ଆଜି ଜଣାପଡିବ ।

LEAVE A REPLY

Please enter your comment!
Please enter your name here