୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ଚଳିତ ନିର୍ବାଚନରେ ନବ ନିର୍ବାଚିତ ସମସ୍ତ ସାଂସଦ ମାନେ ଆଜି ଶପଥ ଗ୍ରହଣ କରୁଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ଏଥର ଲୋକସଭା ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିରେନ୍ଦ୍ର କୁମାର ଅସ୍ଥାୟୀ ବାଚସ୍ପତି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଶପଥ ଗ୍ରହଣ କରିଥିଲେ । ଏହାପରେ ବିରେନ୍ଦ୍ର କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ସାଂସଦ ମାନଙ୍କର ଶପଥପାଠ କରାଇଥିଲେ । ଓଡିଶାର ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ତଥା ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବା ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଲୋକସଭାରେ ସଂସ୍କୃତରେ ଶପଥ ପାଠ କରିଛନ୍ତି । ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବାଲେଶ୍ୱରରୁ ବିଜେଡିର କୋଟିପତି ପାର୍ଥୀ ରବିନ୍ଦ୍ର ଚନ୍ଦ୍ର ଜେନାଙ୍କୁ ପରାସ୍ତ କରିଥିଲେ । ପ୍ରତାପ ଷଡଙ୍ଗୀ ତାଙ୍କର ସାଧାରଣ ଜୀବନ ଶୈଳୀ ପାଇଁ ସାରଭାରତରେ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here