କୃଷିବିଲକୁ ବିରୋଧ କରି ଚାଷୀମାନେ ରାଜରାସ୍ତାକୁ ଓହ୍ଳାଇଛନ୍ତି । କୃଷକ ସଂଗଠନ ଦ୍ୱାରା ଆୟୋଜିତ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ । ସଂସଦରେ କୃଷି ବିଲ୍ ପାରିତହେବା ପରେ ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ତୀବ୍ର ବିରେଧ ଦେଖାଦେଇଛି । କୃଷି ବିଲ୍ ପ୍ରତ୍ୟାହାର କରିବା ସହ ସ୍ୱାମୀନାଥନ କମିଟିର ସୁପାରିସ୍‌କୁ କାର୍ଯ୍ୟକାରୀ କରିବାକୁ ଚାଷୀମାନେ ଦାବି କରିଛନ୍ତି ।
ଅଲ ଇଣ୍ଡିଆ କୃଷକ ସଂଘ,ଭାରତୀୟ କିଷାନ ୟୁନିଅନ,ଅଲ ଇଣ୍ଡିଆ କିଷାନସଂଘ ତରଫରୁ ଏହି ବନ୍ଦଡାକରା ଦିଆଯାଇଛି । ଏହାକୁ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି ।
କୃଷିବିଲ୍ ପ୍ରଥମେ ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ ଆଗତ ହୋଇଥିଲା । ଏହାକୁ ନେଇ ସାରା ଦେଶରେ ବିଭିନ୍ନ ରାଜନୈତିକ ଦଳ ବିରେଧୀ ଦଳ ଓ କୃଷକ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here