ଆଜି ରାଜ୍ୟରେ କରୋନା ନେଇଛି ୧୬ ଜଣଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କୋରାପୁଟ ଓ ପୁରୀରୁ ୩ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ବାଲେଶ୍ୱର, ବଲାଙ୍ଗିର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଜଗତସିଂହପୁର, ଯାଜପୁର, ମୟୂରଞ୍ଜରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି ।
ସେହିପରି ୩୦ ଜିଲ୍ଲାରୁ ଆଜି ୪୩୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୩୫୬ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୨୫୨୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୮୨୭ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫ ହଜାର ୪୫୨କୁ ବୃଦ୍ଧି ହୋଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୪୦୯, ଷ୍ଟେଟପୁଲ-୩୨୬, ଅନୁଗୁଳ-୧୯୭, ବାଲେଶ୍ୱର-୧୯୪, ନୂଆପଡା-୧୭୩, ଜଗତସିଂହପୁର-୧୭୧, ପୁରୀ-୧୬୮, ମୟୂରଭଞ୍ଜ- ୧୫୩, ଯାଜପୁର-୧୩୬, ଭଦ୍ରକ-୧୨୪, ରାୟଗଡା-୧୨୧, ଝାରସୁଗୁଡା-୧୨୦, କେନ୍ଦ୍ରାପଡା-୧୧୯, ବରଗଡ-୧୦୬, ସୁନ୍ଦରଗଡ-୧୦୧, କନ୍ଧମାଳ-୯୧, ଢେଙ୍କାନାଳ-୮୪, କୋରାପୁଟ-୮୨, ସମ୍ବଲପୁର-୮୧, ବଲାଙ୍ଗିର-୭୬, କଳାହାଣ୍ଡି-୭୧, ଗଞ୍ଜାମ-୬୨, ନବରଙ୍ଗପୁର-୫୮, କେନ୍ଦୁଝର-୫୫, ନୟାଗଡ-୫୧, ବୌଦ୍ଧ-୪୯, ମାଲକାନଗିରି-୨୮,ଗଜପତି-୨୦, ଦେବଗଡ ଓ ସୁବର୍ଣ୍ଣପୁରରୁ ୧୪ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here