ଯନ୍ତ୍ରଣାରେ ଚିତ୍କାର କରୁଛି ଝିଅ । ଉଠି ବସିବାକୁ ବି ବଳ ପାଉନି । ଦେହ, ମୁଣ୍ଡ ଖଣ୍ଡିଆ ଖାବରା ହୋଇ ରକ୍ତ ବାହାରୁଛି । ମାତ୍ର ଯନ୍ତ୍ରଣାରେ ଚିତ୍କାର କରୁଥିବା 13 ବର୍ଷର ଏହି ଝିଅକୁ କେହି ସାହାଯ୍ୟର ହାତ ବଢାଉ ନାହାଁନ୍ତି । କାହାରି ମନ ହେଉନାହିଁ ତାକୁ ହସପିଟାଲ ନେଇଯିବାକୁ । ବରଂ ଅସହାୟ ଭାବେ ଚିତ୍କାର କରୁଥିବା ଝିଅର କିଏ ଫଟୋ ଉଠାଉଛି ତ ଆଉ କେହି ମୋବାଇଲରେ ଭିଡିଓ ବନାଉଛି । ଏ ହେଉଛି ଆମ ସଭ୍ୟ ସମାଜର କଥା ।

ଘଟଣା ହେଉଛି ଉତ୍ତର ପ୍ରଦେଶର । କନୌଜ ସହରର ଏକ ସରକାରୀ ଗେଷ୍ଟ ହାଉସ ନିକଟରୁ ଆଜି ସକାଳୁ ଜଣେ ନାବାଳିକା କ୍ଷତ ବିକ୍ଷତ ଭାବେ ପଡିରହିଥିବା ଦେଖିବାକୁ ମିଳିଥିଲା । ଲୋକମାନେ ତାକୁ ଦେଖିବା ପରେ ବି କେହି ସାହାଯ୍ୟର ହାତ ବଢେଇ ନ ଥିଲେ । ବରଂ ମୋବାଇଲ ଧରି ତାର ଭିଡିଓ ସୁଟିଂ କରିଥିଲେ । ଗେଷ୍ଟ ହାଉସ ଗାର୍ଡ ପୋଲିସକୁ ଖବର ଦେବା ପରେ ଜଣେ ପୋଲିସ କର୍ମଚାରୀ ପହଞ୍ଚିବା ପରେ ତାକୁ ଏକ ଅଟୋରିକ୍ସାରେ ହସପିଟାଲକୁ ନେଇଥିଲେ । ଗତ ରବିବାର ଦିନ ନାବାଳିକା ଜଣକ ବଜାରକୁ ଆସି ଆଉ ଘରକୁ ଫେରି ନ ଥିଲା । ତାର ନିଖୋଜ ସଂପର୍କିତ ମାମଲା ରୁଜୁ ହୋଇଛି । ତେବେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ ଜଣାପଡିନି ବୋଲି ଏସପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here