ଟ୍ରାକ୍ଟର ଚଲାଇ ଷ୍ଟଣ୍ଟ ଦେଖାଇବା କାଳ ହେଲା । ଟ୍ରାକ୍ଟରର ଆଗ ଦୁଇଚକାକୁ ଉପରକୁ ଉଠାଇ ଷ୍ଟଣ୍ଟ ଦେଖାଉଥିଲେ ପଞ୍ଜାବର 29 ବର୍ଷୀୟ ଯୁବକ ସୁଖମଣ୍ଡିପ ସିଂହ । ଗୁରୁଦାସପୁରର ସୁଖମଣ୍ଡିପ ଟ୍ରାକ୍ଟରରେ ଷ୍ଟଣ୍ଟ ଦେଖାଉଥିବା ବେଳେ ପଡିଆ ଚାରିପାଖେ ଷ୍ଟଣ୍ଟର ମଜା ନେଉଥିଲେ ଲୋକେ । ଟ୍ରାକ୍ଟରର ଆଗ ଦୁଇଚକା ଉପରକୁ ଉଠି ରହିଥିବା ବେଳେ ପଛଚକା ଉପରେ ଗୋଡ ରଖି ଟ୍ରାକ୍ଟର ଉପରକୁ ଚଢିବାକୁ ଚେଷ୍ଟା କରୁଥିଲେ ସୁଖମଣ୍ଡିପ । ମାତ୍ର ଚାଲୁଥିବା ଅବସ୍ଥାରେ ଥିବା ଟ୍ରାକ୍ଟର ଚକା ଉପରେ ଗୋଡି ରଖି ଚଢିବାକୁ ଉଦ୍ୟମ କଲାବେଳେ ଟ୍ରାକ୍ଟର ଆଗକୁ ଖସି ପଡିଥିଲେ ସେ । ଟ୍ରାକ୍ଟର ଚକା ଆଗକୁ ଚାଲିଆସିଥିବାରୁ ଟ୍ରାକ୍ଟର ଚକା ତାଙ୍କ ଉପରେ ମାଡିଯାଇଥିଲା । ଫଳରେ ସୁଖମଣ୍ଡିପଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here