ଉତ୍ତରପ୍ରଦେଶ ହାତରସ ମାମଲାର ସିବିଆଇ ତଦନ୍ତର ଅଗ୍ରଗତି ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ତଦାରଖ କରିବେ । ଏବଂ ତଦନ୍ତର ଅଗ୍ରଗତି ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟରେ ସିବିଆଇ ରିପୋର୍ଟ କରିବେ ବୋଲି ସୁପ୍ରିମକୋର୍ଟ ଆଜି ଏହା କହିଛନ୍ତି । ତେବେ ମାମଲାର ତତ୍ତ୍ୱାବଧାନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ତଦନ୍ତ ପରେ ମାମଲାର ବିଚାର ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତର ହେବ କି ନାହିଁ କୋର୍ଟ ନିଷ୍ପତ୍ତି ନେବେ । ପୀଡିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ତତ୍ତ୍ୱବଧାନରେ ତଦନ୍ତ ନେଇ ଜନସ୍ୱାର୍ଥ ମାମଲା ହୋଇଥିଲା ।

LEAVE A REPLY

Please enter your comment!
Please enter your name here