ଆଜି ରାଜ୍ୟରେ ୧୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୨୭୨କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରୁ ସର୍ବାଧିକ ୪, ନୂଆପଡାରୁ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହିପରି କେନ୍ଦୁଝର, ଝାରସୁଗୁଡାରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ମାଲକାନଗିରି, ସୁନ୍ଦରଗଡରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।
ସେହିପରି ୧୨୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୭୨୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୫୧୮ । ଖୋର୍ଦ୍ଧାରୁ ୨୦୬ ଏବଂ କଟକରୁ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୯୬, ଅନୁଗୁଳ-୬୯, ବାଲେଶ୍ୱର-୨୩, ବରଗଡ-୩୨, ଭଦ୍ରକ-୭, ବଲାଙ୍ଗୀର-୬୮, ବୌଦ୍ଧ-୩୭, ଦେଓଗଡ-୧୬, ଢେଙ୍କାନାଳ-୪୦, ଗଞ୍ଜାମ-୧୭, ଜଗତସିଂହପୁର-୫୪, ଯାଜପୁର-୩୨, ଝାରସୁଗୁଡା-୩୫, କଳାହାଣ୍ଡି-୪୦, କନ୍ଧମାଳ-୧୧,କେନ୍ଦ୍ରାପଡା-୪୯, କେନ୍ଦୁଝର-୪୧, କୋରାପୁଟ-୨୬, ମାଲକାନଗିରି-୧୧, ମୟୂରଭଞ୍ଜ-୭୧, ନବରଙ୍ଗପୁର-୧୨, ନୟାଗଡ-୧୪, ନୂଆପଡା-୩୮, ପୁରୀ-୨୨, ରାୟଗଡା-୪, ସମ୍ବଢ଼ଲପୁର-୨୪, ସୋନପୁର-୧୮, ଷ୍ଟେଟ୍ ପୁଲରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୯ ୪୨ ।

LEAVE A REPLY

Please enter your comment!
Please enter your name here